Pages

Sunday, January 5, 2020

ଆଗଲପୁର ବ୍ଲକ ସାମ୍ବାଦିକ ସଂଘ

ସାଲେଭଟା/କପିଳାସ ମେହେର : 05/1- ଶ୍ରୀ କପିଳାସ ମେହେର ଙ୍କ ଆହ୍ୱାନ କ୍ରମେ ଗାଇଖାଇ ଡେମ ପରିସରରେ ଆଗଲପୁର ବ୍ଲକ ସାମ୍ବାଦିକ ମାନଙ୍କର ଏକ ଜରୁରୀ ବୈଠକ ବସିଥିଲା ! ଶ୍ରୀଯୁକ୍ତ ଡାକ୍ତର ପୁଟେଲ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା ! ଉକ୍ତ ସଭାରେ ଆଗଲପୁର ବ୍ଲକ ର ସମସ୍ତ  ସାମ୍ବାଦିକ ମାନଙ୍କୁ ନେଇ ବ୍ଲକ ସାମ୍ବାଦିକ ସଙ୍ଘ ଗଠନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ! ଏଥିରେ ଏକ ନୂତନ କର୍ମ କର୍ତ୍ତା ଗଠନ କରାଯାଇଥିଲା !
ସର୍ବ ସମ୍ମତି କ୍ରମେ ସଭାପତି ଭାବେ କପିଳାସ ମେହେର, ଉପସଭାପତି ଡାକ୍ତର ପୁଟେଲ, ରଜନୀକାନ୍ତ ପୁଟେଲ ସମ୍ପାଦକ, ପ୍ରହଲ୍ଲାଦ କୁମ୍ଭାର ସହସଂପାଦକ ଏବଂ କୋଷାଧକ୍ଷ ଭାବେ ମୁକେଶ ସାହୁଙ୍କୁ ଚୟନ କରା ଯାଇଥିଲା !
ସଂଘ ର ଉପଦେଷ୍ଟା ଭାବେ ଶ୍ରୀ ବିରାଜ ନନ୍ଦ ପାଢ଼ୀ, ଶ୍ରୀ ମାଧବ ସାହୁ ଏବଂ ଶ୍ରୀ ନେହେରୁ ଲାଲ ସା ଙ୍କୁ ମନୋନୀତ କରାଗଲା !
କାର୍ଯ୍ୟକାରୀ କମିଟି ର ସଭ୍ୟ ଭାବେ ହିମାଂଶୁ ପଧାନ, ଜ୍ୟୋତିର୍ମୟ ମିଶ୍ର ଓ ଗୁରୁଶଙ୍କର ପାଇକ ଙ୍କୁ ଚୟନ କରା ଯାଇଥିଲା !

No comments:

Post a Comment